ଠାକୁର, ହେ-ଏ
ଠାକୁର, ହେ-ଏ
ହଟିଆ ଠାକୁର ଆଉ
କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ
କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ
ଚଲାଇ ତାତି ବାଲିରେ
ଚଲାଇ ତାତି ବାଲିରେ
ହାଟ ମୋର ସାରିବ
ହଟିଆ ଠାକୁର ଆଉ
କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ
ଗୁହାରି ମୋ ନଶୁଣ ଯେବେ
କା' ଆଗେ ମୁଁ କହିବି ତେବେ?
ଗୁହାରି ମୋ ନଶୁଣ ଯେବେ
କା' ଆଗେ ମୁଁ କହିବି ତେବେ?
ଦୀନବନ୍ଧୁ ନାମେ ସିନା
ଦୀନବନ୍ଧୁ ନାମେ ସିନା
ଦୀନବନ୍ଧୁ ନାମେ ସିନା
ଅପଯଶ ବାନା ଉଡ଼ିବ
ହଟିଆ ଠାକୁର ଆଉ
କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ
କଲବଲ କରୁଛ ଏତେ
କି ସୁଖ ବା ପାଉଛ ସତେ?
କଲବଲ କରୁଛ ଏତେ
କି ସୁଖ ବା ପାଉଛ ସତେ?
ଦୁଃଖ ପରେ ଦୁଃଖ ଦାଉ
ଦୁଃଖ ପରେ ଦୁଃଖ ଦାଉ
କେତେ ଆଉ କିଏ ସହିବ?
ହଟିଆ ଠାକୁର ଆଉ
କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ
ସବୁ ଶୁଣୁଛ, ଦେଖୁଛ
ମନେ ଥାଇ କି ନଜାଣୁଛ
ସବୁ ଶୁଣୁଛ, ଦେଖୁଛ
ମନେ ଥାଇ କି ନଜାଣୁଛ
ଚେଇଁ ଶୋଇବା ଗୁଣଟି
ଚେଇଁ ଶୋଇବା ଗୁଣଟି
କେବେ ଆଉ ତୁମେ ଛାଡ଼ିବ?
ହଟିଆ ଠାକୁର ଆଉ
କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ
ଚଲାଇ ତାତି ବାଲିରେ
ହାଟ ମୋର ସାରିବ
ହଟିଆ ଠାକୁର ଆଉ
କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ