ପାଦରେ ନୂପୁର, ନୂପୁରେ ଘୁଙ୍ଗୁର
ପାଦରେ ନୂପୁର, ନୂପୁରେ ଘୁଙ୍ଗୁର
ଘୁଙ୍ଗୁର ମୋ ରୁଣୁ-ଝୁଣୁ
ମଧୁର-ମଧୁର ମୋହନ ମୁରଲୀ
ଅଧିର ମୁଁ ଶୁଣୁ-ଶୁଣୁ
ଆଏ-ହାଏ ରେ, ଅଧିର ମୁଁ ଶୁଣୁ-ଶୁଣୁ
ନୟନେ ସପନ, ସପନେ ମୋହନ
ନୟନେ ସପନ, ସପନେ ମୋହନ
ମୋହନ ହାତରେ ବେଣୁ
ସୁନ୍ଦର ସୁନ୍ଦର ଶ୍ରୀରଙ୍ଗ ଅଧର
ଓଠ ଗାଏ ଗୁଣୁ-ଗୁଣୁ
ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ
ମହକେ କୁଞ୍ଜ କାନନ, ଚନ୍ଦନ-ଚନ୍ଦନ ଏ ମଧୁବନ
ଆକୁଳ ଦୁଇ ନୟନ, ଖୋଜେ ନିଶି-ଦିନ ମନ-ମୋହନ
କାନନେ ଫଗୁଣ, ଫଗୁଣେ ଝୁଲଣ
କାନନେ ଫଗୁଣ, ଫଗୁଣେ ଝୁଲଣ
ଝୁଲଣରେ ଝୁଲେ କାହ୍ନୁ
ଆସିବେ ମୋହନ, ମୋହିବେ ମୋ ମନ
ଭାବୁଥାଏ ଏଣୁ ତେଣୁ
ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ
ମାନିନୀ, ମଧୁ ଜାମିନୀ, ଦେହେ ଶିହରଣ, ମନ କାମିନୀ
ଅଧରେ, ମଧୁ କମ୍ପନ, ଅଧିର ସ୍ପନ୍ଦନ, ଚଞ୍ଚଳ ମନ
ଗୋଧୂଳି ଲଗନ, ଲଗନେ ମଗନ
ଗୋଧୂଳି ଲଗନ, ଲଗନେ ମଗନ
ମଗନି ମୋ ଗୁଣୁ-ଗୁଣୁ
ମଦନ-ମୋହନ ମଧୁ ବଂଶୀ ସ୍ୱର, ଅଥୟ ମୁଁ ଶୁଣୁ-ଶୁଣୁ
ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ
ପାଦରେ ନୂପୁର, ନୂପୁରେ ଘୁଙ୍ଗୁର
ପାଦରେ ନୂପୁର, ନୂପୁରେ ଘୁଙ୍ଗୁର
ଘୁଙ୍ଗୁର ମୋ ରୁଣୁ-ଝୁଣୁ
ମଧୁର-ମଧୁର ମୋହନ ମୁରଲୀ
ଅଧିର ମୁଁ ଶୁଣୁ-ଶୁଣୁ
ଆଏ-ହାଏ ରେ, ଅଧିର ମୁଁ ଶୁଣୁ-ଶୁଣୁ
ନୟନେ ସପନ, ସପନେ ମୋହନ
ନୟନେ ସପନ, ସପନେ ମୋହନ
ମୋହନ ହାତରେ ବେଣୁ
ସୁନ୍ଦର ସୁନ୍ଦର ଶ୍ରୀରଙ୍ଗ ଅଧର, ଓଠ ଗାଏ ଗୁଣୁ-ଗୁଣୁ
ଆଏ-ହାଏ ରେ, ଅଧିର ମୁଁ ଶୁଣୁ-ଶୁଣୁ
ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ
ଆଏ-ହାଏ ରେ, ଘୁଙ୍ଗୁର ମୋ ରୁଣୁ-ଝୁଣୁ