ଅଜଣା ବାଟେ, ଅଜଣା ହାଟେ
ଝିଅଟିଏ ଦେଖିଲି ହାଏ
ପହିଲି ଦେଖା, ମୁରୁକି ହସା
ମନ ଗଲା ଚହଲି
ସେଇ ଅଚିହ୍ନା ଝିଅଟିକୁ
ସତେ ଲାଗିଲା ଦେଖୁ-ଦେଖୁ
ଓ, ସେଇ ଅଚିହ୍ନା ଝିଅଟିକୁ
ସତେ ଲାଗିଲା ଦେଖୁ-ଦେଖୁ
ମୋରି ପାଇଁ ସେ ଦୁନିଆକୁ ଆସିଛି ବୋଲି
ଅଜଣା ବାଟେ, ଅଜଣା ହାଟେ
ଝିଅଟିଏ ଦେଖିଲି
ହୁଁ, ଆଖି ଦେଲା ତାର ମିଠା ଇଶାରା
ଇଶାରାରେ ଥିଲା କଥା ଅସରା
ହୋ, ଆଖି ଦେଲା ତାର ମିଠା ଇଶାରା
ଇଶାରାରେ ଥିଲା କଥା ଅସରା
ହୋ, କିଛି ବୁଝି ହେଲା, କିଛି ହେଲାନି
ଅଧା ରହିଗଲା ପ୍ରେମ-କାହାଣୀ
ପ୍ରୀତିଭରା ସେ ଚାହାଣୀରେ
ସେଇ ଅକୁହା କାହାଣୀରେ
ପ୍ରୀତିଭରା ସେ ଚାହାଣୀରେ
ସେଇ ଅକୁହା କାହାଣୀରେ
ସବୁ କହି ସେ ତ କହିଲାନି ନାଁ'ଟି ଖାଲି
ଅଜଣା ବାଟେ, ଅଜଣା ହାଟେ
ଝିଅଟିଏ ଦେଖିଲି
ହୁଁ, ଚାଲିଗଲା ସିଏ ବାଟେ ନିଜର
ରହିଗଲି ବାଟ ଚାହିଁ ତାହାର
ହୋ-ଓ, ଚାଲିଗଲା ସିଏ ବାଟେ ନିଜର
ରହିଗଲି ବାଟ ଚାହିଁ ତାହାର
ଓ, ଖୋଜି ବୁଲେ ତାକୁ ସାରା ସହର
ମିଳୁନାହିଁ ତାର କିଛି ଖବର
ସିଏ ତାରା ନା ହୀରାଟିଏ
ସିଏ ଝିଅ ନା ପରୀଟିଏ
ଓ, ସିଏ ତାରା ନା ହୀରାଟିଏ
ସିଏ ଝିଅ ନା ପରୀଟିଏ
ଦେଖା ହେଲେ ତାକୁ ପଚାରିବି ନାଁ'ଟି କାଲି
ଅଜଣା ବାଟେ, ଅଜଣା ହାଟେ
ଝିଅଟିଏ ଦେଖିଲି ହାଏ
ପହିଲି ଦେଖା, ମୁରୁକି ହସା
ମନ ଗଲା ଚହଲି
ସେଇ ଅଚିହ୍ନା ଝିଅଟିକୁ
ସତେ ଲାଗିଲା ଦେଖୁ-ଦେଖୁ
ଓ, ସେଇ ଅଚିହ୍ନା ଝିଅଟିକୁ
ସତେ ଲାଗିଲା ଦେଖୁ-ଦେଖୁ
ମୋରି ପାଇଁ ସେ ଦୁନିଆକୁ ଆସିଛି ବୋଲି
ଅଜଣା ବାଟେ, ଅଜଣା ହାଟେ
ଝିଅଟିଏ ଦେଖିଲି
ଏହେ-ଆହା-ହା
ଓହୋ-ଲାଲା-ଲା
ଏହେ-ଆହା-ହା
ଓହୋ-ଲାଲା-ଲା